ପାକ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜ୍ ସରିଫ

0

ଇସଲାମାବାଦ,୧୧/୦୪: ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି ଶେହବାଜ୍ ସରିଫ। ଶେହବାଜ୍‌ଙ୍କୁ ଆଜି ଶପଥ ପାଠ କରାଇଛନ୍ତି ପାକ୍‌ ରାଷ୍ଟ୍ରପତି। ଅନାସ୍ଥା ପ୍ରସ୍ତାବ ମତଦାନରେ ହାରିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଗାଦିଚ୍ୟୁତ ହୋଇଥି​‌ଲେ। ତେବେ ଆଜିଠାରୁ ପାକିସ୍ତାନ ଶାସନ କଳର ମଙ୍ଗ ଧରିଛନ୍ତି ଶେହବାଜ୍ ଖାନ୍। ଶେହବାଜ୍ ସରିଫ ପାକିସ୍ତାନ ମୁସଲିମ୍ ଲିଗ ନଓ୍ବାଜ୍ ପାର୍ଟିର ଅଧ୍ୟକ୍ଷ ଅଟନ୍ତି। ଏଥିସହ ସେ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇ ସାରିଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ।

Leave A Reply

Your email address will not be published.