ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଶୁଭାରମ୍ଭ ଆସନ୍ତା ୨୪ରେ

0

ପୁରୀ, ୧୫।୧୧: ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୁଭାରମ୍ଭ ହେବ। ଏହି ପ୍ରକଳ୍ପର ସଫଳତା ପାଇଁ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଯଜ୍ଞାନୁଷ୍ଠାନ ହେଉଛି। ଶ୍ରୀମନ୍ଦିର ଦୋଳବେଦୀ କୋଣରେ ଆୟୋଜିତ ମହାଯଜ୍ଞରେ ସାଧୁ, ସନ୍ଥ, ଶଙ୍କରାଚାର୍ଯ୍ୟଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଯଜ୍ଞାନୁଷ୍ଠାନ ଉଦ୍‌ଯାପନୀ ଦିବସ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିବା ପରେ ଟେଣ୍ଡର ଚୂଡାନ୍ତ ହୋଇ ସାରିଛି। ଟାଟା ପ୍ରୋଜେକ୍ଟ ଏହି ପ୍ରକଳ୍ପର ଟେଣ୍ଡର ପାଇଛି। ଟେଣ୍ଡରର ପ୍ରକଳ୍ପ ବ୍ୟୟ ଅଟକଳ ୩୩୧ କୋଟି ୨୮ ଲକ୍ଷ ଚୁଡାନ୍ତ ହୋଇଛି ।

Leave A Reply

Your email address will not be published.