ଦୁବାଇ ଆନ୍ତର୍ଜାତିକ ସମ୍ମିଳନୀରେ ସୋଆ ସମ୍ମାନିତ

0

ଭୁବନେଶ୍ୱର , ୨୮ ୩ : ସଂଯୁକ୍ତ ଆରବ ଅମିରାତର ଇଣ୍ଟକଣ୍ଟିନେଣ୍ଟାଲ୍ ଦୁବାଇ ଫେଷ୍ଟିଭାଲ୍ ସିଟିରେ ମାର୍ଚ୍ଚ ୨୩ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଶିକ୍ଷା ୨.୦ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନସମ୍ମାନରେ ସମ୍ମାନିତ କରାଯାଇଛିସୋଆର ଆନ୍ତର୍ଜାତିକ ସମ୍ପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍‌ର ପ୍ଲେସ୍ମେଣ୍ଟ ହେଡ୍‌ ରିପ୍ତିରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ

ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରି ଶିକ୍ଷାଗବେଷଣା ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି

ଏହି ଶିକ୍ଷା ୨.୦ ସମ୍ମିଳନୀରେ ବିଭିନ୍ନ ଦେଶର ୪୦୦ ପାଖାପାଖି ପ୍ରତିନିଧି ଯୋଗ ଦେଇଥିଲେ ଏଥିରେ ସିଙ୍ଗାପୁର, ଜର୍ମାନୀ, ଫିଲିପାଇନ୍ସ, କାତାର, ପୋଲାଣ୍ଡ, ବ୍ରିଟେନ୍‌, ସାଉଦିଆରବ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ, ତୁର୍କି, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଂଲାଦେଶ, ୟୁଏଇ ଓ ଭାରତରୁ ଶିକ୍ଷା ସହିତ ଜଡ଼ିତ ଅନେକ କମ୍ପାନି, ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଯୋଗ ଦେଇଥିଲେ।

Leave A Reply

Your email address will not be published.