ଜଳୁଛି ସୋନପୁର, ୪୪.୨ ଡିଗ୍ରି ସହ ଦେଶର ସବୁଠୁ ଉତ୍ତପ୍ତ ସହର

0

ଭୁବନେଶ୍ବର, ୧୪।୪: ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସୋନପୁର ଆଜି ରେକର୍ଡ କରିଛି। ଆଜି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଆଉ ଏହା ସହିତ ସୋନପୁର କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଆଜି ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟ ଜଳୁଥିବା ବେଳେ ଆଜି ସୋନପୁର ସମେତ ମୋଟ ୧୬ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ବା ଏହା ଉପରେ ରେକର୍ଡ କରାଯାଇଛି। ବଲାଙ୍ଗୀରର ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫ରେ, ଟିଟିଲାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରରେ ୪୦.୮, ଭବାନୀପାଟଣାରେ ୪୦.୫, ନୟାଗଡ଼ରେ ୪୦.୫, ଛତ୍ରପୁରରେ ୪୦, ବାଲେଶ୍ୱରରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରି ରେକର୍ଡ କରାଯାଇଛି।

କଟକରେ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୭.୭, ଚାନ୍ଦବାଲିରେ ୩୮.୭, କେନ୍ଦୁଝରଗଡ଼ରେ ୩୬.୨, ହୀରାକୁଦରେ ୩୯.୯, ଫୁଲବାଣୀରେ ୩୯.୨, ରାୟଗଡ଼ାରା ୩୯.୧ ଓ ଭଦ୍ରକରେ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ୪୪ ଡିଗ୍ରି ସେଲ୍‌ସିୟସ ସହିତ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ହୋଇଥିଲା।

Leave A Reply

Your email address will not be published.