ପାଇକ ସ୍ମାରକୀ ନିର୍ମାଣ ପାଇଁ ଜମି ଦେବାକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ତରଫରୁ ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ମହାନ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରାଯାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ବରୁଣେଇଠାରେ ଓଡ଼ିଶାର ବୀରତ୍ୱ, ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ ସହଯୋଗ ପ୍ରଦାନ କରୁଛନ୍ତି। ୨୦୧୭-୧୮ ମସିହାରେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ।

 ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୯.୬୮୫ ଏକର ପରିମିତ ଜମି ଭାରତ ସରକାରଙ୍କ ସଂସ୍କୃତି ବିଭାଗକୁ ପ୍ରଦାନ କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ନିକଟରେ ମୁଁ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା କରିଥିଲି । ଓଡ଼ିଆ ଜାତିର ଅଦମ୍ୟ ସାହସ, ବୀରତ୍ୱର ପ୍ରତୀକ ହୋଇ ପାଇକ ସ୍ମାରକୀ ସର୍ବଦା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.