ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି: ବୋଥ୍ରା

0

ଭୁବନେଶ୍ବର, ୨୧।୧୨: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)। ତଦନ୍ତ ସମୟରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଅଭିଯୁକ୍ତର ଲାଇ ଡିଟେକସନ୍‌ ଟେଷ୍ଟ କରାଯାଇଥିଲା। ଅଭିଯୁକ୍ତକୁ ପୂର୍ବରୁ ୧୦ ଥର ପଚରା ଉଚରା କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତିା ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

ପରୀ ପାଇଁ ସମ୍ପୂର୍ଣ୍ଣ ପୋଖରୀ ଖାଲି କରାଯିବ। ଯେଉଁ ପୋଖରୀ କୂଳରୁ ମୃତଦେହ ମିଳିଥିଲା ସେହି ପୋଖରୀ ଶୁଖାଯିବ। ପମ୍ପ ଲଗାଇ କଢ଼ାଯିବ ପୋଖରୀ ପାଣି। ପୋଖରୀରରେ ପରୀ ଶରୀରର କିଛି ଅଂଶ ପଡ଼ିଥିବା ସନ୍ଦେହ କରାଯାଉଛି। ସେଥିପାଇଁ ପୋଖରୀ ଶୁଖାଇବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ପରୀ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଥିବା ବେଳେ  ଗ୍ରାମ ସଭାପତିଙ୍କ ସହ ଆଲୋଚନା କରିଥିଲେ ଓ ପ୍ରମାଣ ଦେଖାଇବାକୁ ସମୟ ମାଗିଛନ୍ତି । ତେବେ ହତ୍ୟାକାରୀ ଜଣେ ନାବାଳକ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ନାବାଳକର ପରିବାର ସହ ଆଲୋଚନା କରାଯାଇଛି। ନୟାଗଡ଼ ଯଦୁପୁର ଗାଁରୁ ଅଭିଯୁକ୍ତକୁ ଗିରଫ କରାଯାଇଛି।

ପ୍ରକାଶଥାଉ କି, ଗତ ଜୁଲାଇ ୧୪ ତାରିଖରେ ପରୀ ନିଜ ଘର ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରି ନ ପାଇବାରୁ ୧୫ ତାରିଖରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଘଟଣାକୁ ହାଲୁକା ଭାବେ ନେଇଥିଲା। ଜୁଲାଇ ୨୩ ତାରିଖରେ ଘର ପଛରେ ଥିବା ପୋଖରୀ ପାଖରୁ ଏକ ଅଖା ଭିତରେ ମିଳିଲା ପରୀର ଗଳିତ ଶବ ଓ ପୋଷାକ।

 

Leave A Reply

Your email address will not be published.