ଭୁବନେଶ୍ବର ତରୁ ଆପାର୍ଟମେଣ୍ଟ ସିଲ୍‌

0

ଭୁବନେଶ୍ବର, ୬।୪: ଭୁବନେଶ୍ୱରରେ ଆପାର୍ଟମେଣ୍ଟ ସିଲ୍କଲା ବିଏମ୍ସି ଟଙ୍କପାଣି ରୋଡ୍ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍କରିଛନ୍ତି ବିଏମ୍‌ସି କର୍ତୃପକ୍ଷ। ତରୁ ଆପାର୍ଟମେଣ୍ଟରେ କରୋନାର ଅନେକ ମାମଲା ସାମ୍ନାକୁ ଆସିବା ପରେ ବିଏମ୍‌ସି ପକ୍ଷରୁ ଏହାକୁ ସିଲ୍‌ କରାଯାଇଛି କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ୧୦ ଦିନ ପାଇଁ ଏହାକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ସୂଚନା ଦିଆଯାଇଛି

ଏପ୍ରିଲ ୬ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍‌ କରାଯାଇଛି   ଏହାର ପରିସରକୁ ସାନିଟାଇଜ୍‌ କରାଯିବ ସହ ବାସିନ୍ଦାମାନଙ୍କୁ କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି

ଲୋକମାନଙ୍କୁ ଜରୁରୀ ସାମଗ୍ରୀ ଓ୍ୱାର୍ଡ ଅଫିସର୍‌ ଯୋଗାଇ ଦେବେ ବୋଲି କୁହାଯାଇଛି ଏହି ଆପାର୍ଟମେଣ୍ଟରେ କୋଭିଡ୍‌ ଲକ୍ଷଣ ଥିବା ଲୋକମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.