ଏଥର ବି ଐତିହାସିକ କଟକ ବାଲିଯାତ୍ରା ବନ୍ଦ

0

କଟକ, ୯।୧୧: ଏଥର ବି ହେବନି ଐତିହାସିକ କଟକ ବାଲିଯାତ୍ରା। କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୋଭିଡକୁ ଆଖି ଆଗରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ବାଲିଯାତ୍ରା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି।
ଗତବର୍ଷ ମଧ୍ୟ କରୋନା କାରଣରୁ ବାଲିଯାତ୍ରା ବନ୍ଦ ରଖାଯାଇଥିଲା। କରୋନା କାରଣରୁ କଟକର ବାଲିଯାତ୍ରା ପଡିଆ ଖାଲି ଖାଲି ରହିଥିଲା। ନା ବ୍ୟବସାୟୀ ଆସିଥିଲେ, ନା ଲୋକମାନେ ବାଲିଯାତ୍ରା ବୁଲିପାରିଥିଲେ । ହେଲେ ଚଳିତ ବର୍ଷ ସଂକ୍ରମଣ କମିଥିଲେ ବି ବାଲିଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କୁହାଯାଇଛି । ବାଲିଯାତ୍ରାରେ ରାଜ୍ୟର ଲକ୍ଷାଧିକ ଲୋକ ଏକାଠି ହୁଅନ୍ତି । ଏତେ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେଲେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ, ଜିଲ୍ଲା ପ୍ରଶାସନ ଏପରି ବଡ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.