୧୩ରୁ ୟୁଜି ଓ ୧୭ରୁ ପିଜି ପାଠପଢ଼ା

0

ଭୁବନେଶ୍ବର, ୮।୧୦: ଚଳିତ ମାସ ୧୩ ତାରିଖରୁ ଯୁକ୍ତ ତିନି  ଓ ୧୭ ତାରିଖରୁ ପିଜି ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜର ପ୍ରିନ୍ସିପାଲ ଓ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢ଼ା ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ। ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କର କଲେଜ ଶ୍ରେଣୀ ଗୃହରେ ଅକ୍ଟୋବର ୧୩ରୁ ପାଠପଢ଼ା ଆରମ୍ଭ ହେବ। ସେହିପରି ୨୦୨୨-୨୩ ପିଜି ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଯେଉଁ ପିଲାମାନେ ହଷ୍ଟେଲରେ ରହିବା ପାଇଁ ଆବେଦନ କରିଥିବେ ସେମାନଙ୍କୁ ସେବେଠୁ ହଷ୍ଟେଲ ସୁବିଧା ମଧ୍ୟ କଲେଜ କର୍ତ୍ତୃପକ୍ଷ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଚଳିତବର୍ଷ ଶ୍ରେଣୀ ଗୃହରେ ସ୍ୱାଭାବିକ ପାଠପଢ଼ା ହେବାକୁ ଯାଉଛି ।

Leave A Reply

Your email address will not be published.