କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

0

ଭୁବନେଶ୍ୱର,୧୨/୧୧: କଳିଙ୍ଗ ଷ୍ଟାଡିୟମରେ ୫-ଟି ଅଧୀନରେ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ପ୍ରକଳ୍ପରେ ଦେଶର ପ୍ରଥମ ଇଣ୍ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ,  ଇଣ୍ଡୋର ଆକ୍ୱାଟିକ୍ସ ଷ୍ଟାଡିୟମ୍, ଟେନିସ୍ ସେଣ୍ଟର, ହକି ହାଏ ପରର୍ଫମାନ୍ସ ସେଣ୍ଟର, ଜିମ୍ନାଷ୍ଟିକ୍ ସେଣ୍ଟର ଏବଂ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି। ସେ ଡାଲମିଆ ଭାରତ ଦ୍ୱାରା ସିଏସଆର ଅଧିନରେ ନିର୍ମାଣ ହେଉଥିବା ବ୍ୟାଡମିଣ୍ଟନ୍ ହାଏ ପରର୍ଫମାନ୍ସ ସେଣ୍ଟରର ମଧ୍ୟ ସମୀକ୍ଷା କରିଥିଲେ।

ପ୍ରକଳ୍ପ କାର୍ଯ୍ୟ ଓ ଏହା କେତେ ଦିନ ଭିତରେ ଶେଷ ହୋଇପାରିବ ସେ ଉପରେ ପାଣ୍ଡିଆନ ସାଇଟ୍ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାୟ ୧୫ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଏହା ଆଗାମୀ ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏତେ ଅଳ୍ପ ସମୟ ମଧ୍ୟରେ ଖେଳାଳିମାନଙ୍କୁ ଏପରି ସୁବିଧା ଯୋଗାଇବାରେ କଠିନ ପରିଶ୍ରମ ପାଇଁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ପାଣ୍ଡିଆନ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.