ବଢ଼ିଲା ଶ୍ରମିକଙ୍କ ମଜୁରି, ସବୁ ବର୍ଗର ବଢ଼ିଲା ୧୨ ଟଙ୍କା

0

ଭୁବନେଶ୍ୱର, ୭/୦୪: ଶ୍ରମିକଙ୍କ ମଜୁରି ବଢ଼ାଇଲେ ରାଜ୍ୟ ସରକାର । ସବୁ ବର୍ଗର ଶ୍ରମିକଙ୍କର ମଜୁରି ୧୨ ଟଙ୍କା ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କର ପୂର୍ବରୁ ଥିବା ୩୩୩ ଟଙ୍କା ମଜୁରିକୁ ଏବେ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୭୩ରୁ ୩୮୫ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରି ୪୨୩ରୁ ୪୩୫, ଅତି କୁଶଳୀ ଶ୍ରମିକଙ୍କ ମଜୁରି ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ବର୍ଦ୍ଧିତ ମଜୁରି ପିଛିଲା ଭାବେ ଚଳିତ ମାସ ୧ ତାରିଖରୁ ଲାଗୁ କରାଯାଇଛି । ଏ ନେଇ ଶ୍ରମ ଆୟୁକ୍ତ ଡ. ଏନ୍‌ ତିରୁମାଳା ନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

ପୂର୍ବରୁ ୨୦୧୮ ଅକ୍ଟୋବର ୧୦ରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କ ମଜୁରି ନିର୍ଦ୍ଧାରଣ କରାଯାଇଥିଲା । ପରେ ୨୦୧୯ରୁ ରାଜ୍ୟ ସର୍ବନିମ୍ନ ମଜୁରି ପରାମର୍ଶ ବୋର୍ଡର ସୁପାରିସ ଅନୁସାରେ ବର୍ଷକୁ ଦୁଇ ଥର ମଜୁରିରେ ସଂଶୋଧନ ପାଇଁ ସ୍ଥିର ହୋଇଥିଲା । ଯାହା ଏପ୍ରିଲ ୧ ତାରିଖ ଓ ଅକ୍ଟୋବର ୧ ତାରିଖରୁ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ସେହି ନିୟମ ଅନୁସାରେ ୨୦୨୨ ଅକ୍ଟୋବର ୧ରେ ବିଭିନ୍ନ ପ୍ରକାର ମହଙ୍ଗା ଭତ୍ତାକୁ ଭିତ୍ତି କରି ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ମଜୁରିକୁ ଏବେ ସଂଶୋଧନ କରାଯାଇଛି । ଯାହା ଚଳିତ ମାସ ୧ ତାରିଖରୁ ଲାଗୁ ହେବ ବୋଲି ଶ୍ରମ ଆୟୁକ୍ତ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.