ସୋଆରେ ବିଶ୍ୱ ପରିବେଶ ଦିବସ ପାଳିତ

0

ଭୁବନେଶ୍ୱର ୫/୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କ୍ୟାମ୍ଫସ୍‌ -୫ରେ ଥିବା ସୋଆ ଷ୍ଟାଡିୟମ୍‌ରେ ୧୦୧ଟି ଫୁଲ ଏବଂ ଫଳର ଚାରା ରୋପଣ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ସୋଆ ଏବଂ ନ୍ୟାସ୍‌ନାଲ୍‌ ମେଡିକୋସ୍‌ ଅର୍ଗାନାଇଜେସନ୍‌ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ୟୁନିଟ୍‌ର ମିଳିିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର ସଂଘମିତ୍ରା ମିଶ୍ର, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇଏଏସର ଆଡିସ୍‌ନାଲ୍‌ ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏକ ସୋଆ ଗ୍ରୀନ୍‌ କ୍ଲବ୍‌ ଆରମ୍ଭ କରାଯିବ ବୋଲି ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଦାସ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.