ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍

0

ଭୁବନେଶ୍ବର, ୨୮।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି। ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ସୋନୁ ସୁଦ୍‌ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ। କେନ୍ଦ୍ରାପଡ଼ାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ ନିବେଦନ କରିବା ପରେ ସୋନୁ ତାଙ୍କୁ ଫେରାଇ ଆଣିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ସେତେବେଳେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

Leave A Reply

Your email address will not be published.