ଉପସ୍ଥାପିତ ହେଲା ଆସନ୍ତା ୪ ମାସ ପାଇଁ କାମଚଳା ବଜେଟ୍

0

ଭୁବନେଶ୍ବର, ୩୦।୩ : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି । ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଓଡ଼ିଶାର ଅଭିବୃଦ୍ଧି ହାର ୯ରୁ ୯.୫ ପ୍ରତିଶତ ମଧ୍ୟରେ ରହିବା ଆଶା କରାଯାଉଛି ।

୨୦୨୨-୨୩ ଆର୍ଥିକ ବର୍ଷ ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୨୦ ହଜାର ୩ ଶହ ୪୪ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସେଥିମଧ୍ୟରୁ  କାଳିଆ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, ସାର ଓ ବିହନ ପାଇଁ ସୁଧମୁକ୍ତ ଋଣ ବାବଦକୁ ୬ ଶହ କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬ ଶହ ୮୮ କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ଅଧୀନରେ ୧ ଶହ ୫୭ କୋଟି ଟଙ୍କା, ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ନିମନ୍ତେ ୧ ଶବ୍ଦ ୬ କୋଟି ଟଙ୍କାର ଅନୁଦାନ, ପଶୁସମ୍ପଦର ସ୍ବାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୨ ଶହ ୭୩ କୋଟି ଟଙ୍କା, ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ବିକାଶ ନିମନ୍ତେ । ଶହ ୮୨ କୋଟି ଟଙ୍କା, କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା, ଦୁଗ୍ଧ ଉତ୍ପାଦନର ଅଭିବୃଦ୍ଧି ଲାଗି ୩୧ କୋଟି ଟଙ୍କା, କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୨ ଶହ । କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରିମିୟମ ସବସିଡି ବାବଦକୁ ଓ ଶହ କୋଟି ଟଙ୍କା, ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧ ଶହ ୫୦ କୋଟି ଟଙ୍କା ଏବଂ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୫ ହଜାର ୫ ଶହ ୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

 

Leave A Reply

Your email address will not be published.