ମୌସୁମୀ ର ବିଦାୟ

ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା। ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାଗମନ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା।ଚଳିତ ବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଥିଲା। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

Comments are closed.