ମୋଟ 10 କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

0

ଜାନୁୟାରୀ 2020 ଠାରୁ ଭାରତ କୋଭିଡ-19 ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି 10 କୋଟି (10,01,13,085) ଅତିକ୍ରମ କରିଛି ।

ଅନ୍ୟ ଏକ ସଫଳତାରେ, ଗତ 24 ଘଣ୍ଟା ମଧ୍ୟରେ 14,42,722ଟି ନମୁନା ପରୀକ୍ଷା କରାଯାଇପାରିଛି ।

ବର୍ତ୍ତମାନ ଦେଶରେ ପାଖାପାଖି 2000 ପରୀକ୍ଷାଗାର ସ୍ଥାପିତ ହୋଇପାରିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ମିଳିତ ପ୍ରୟାସରେ ଏହି ପରୀକ୍ଷଣ କ୍ଷମତା ବହୁଗୁଣିତ ହୋଇଛି । ଏହାଫଳରେ ପ୍ରତିଦିନ 15 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି ।

ଦେଶରେ ପରୀକ୍ଷାଗାର ଭିତ୍ତିଭୂମିର ପ୍ରଗତି ଦେଶବ୍ୟାପୀ ପରୀକ୍ଷଣ ସଂଖ୍ୟାର କ୍ରମାଗତ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । 1,122 ସରକାରୀ ଏବଂ 867 ବେସରକାରୀ ପରୀକ୍ଷାଗାର ସହିତ ଦେଶରେ ବର୍ତ୍ତମାନ 1989ଟି ପରୀକ୍ଷାଗାର ରହିଛି, ଯାହାଦ୍ଵାରା ଦୈନିକ  ପରୀକ୍ଷଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ।

ଉଚ୍ଚ ସ୍ତରୀୟ ପରୀକ୍ଷଣ ଯୋଗୁଁ ଜାତୀୟ ସକ୍ରିୟ ମାମଲା ହାର ହ୍ରାସ ପାଇଛି । ଏହା ସୂଚିତ କରୁଛି ଯେ ସଂକ୍ରମଣର ବିସ୍ତାର ହାରକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିରୋଧ କରାଯାଇପାରିଛି । ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା 10 କୋଟି ଅତିକ୍ରମ କରିବା ଫଳରେ ବର୍ଦ୍ଧିତ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଜାତୀୟ ପଜିଟିଭ ହାର ଆଜି 7.75 ପ୍ରତିଶତରେ ପହଞ୍ଚିଛି ।

କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ ଟେକ୍ନୋଲୋଜି ରଣନୀତିକୁ ସଫଳତାର ସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ଵାରା କାର୍ଯ୍ୟକାରୀ କରାଯିବାର ଏହା ହେଉଛି ଫଳାଫଳ ।

ଦେଶରେ ପ୍ରଭାବୀ ପରୀକ୍ଷଣ ଦ୍ଵାରା ପଜିଟିଭ ମାମଲାଗୁଡ଼ିକର ଶୀଘ୍ର ଚିହ୍ନଟ ହୋଇପାରିଛି । ଦକ୍ଷ ନିରୀକ୍ଷଣ ଏବଂ ଅନୁସନ୍ଧାନ ମାଧ୍ୟମରେ ତୁରନ୍ତ ଚିହ୍ନଟ ଏବଂ ଘରେ ସମୟାନୁଯାୟୀ ତଥା ପ୍ରଭାବୀ ଚିକିତ୍ସା ସହିତ ଗୁରୁତର ମାମଲାଗୁଡିକୁ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ଭଳି ପଦକ୍ଷେପ ଯୋଗୁଁ ମୃତ୍ୟୁ ହାରକୁ ହ୍ରାସ କରାଯାଇପାରିଛି ।

ଦେଶର ଶେଷ ଏକ କୋଟି ପରୀକ୍ଷଣ ମାତ୍ର 9 ଦିନରେ କରାଯାଇଥିଲା ।

ଜାତୀୟ ଆକଳନ ତୁଳନାରେ 15ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅଧିକ ସଂକ୍ରମିତ ମାମଲା ଦେଖାଦେଉଛି ଯାହା ଏହି ରାଜ୍ୟଗୁଡିକରେ ପ୍ରଭାବୀ ଏବଂ ବିସ୍ତୃତ ପରୀକ୍ଷଣର ଆବଶ୍ୟକତା ଥିବା ସୂଚିତ କରୁଛି ।

Leave A Reply

Your email address will not be published.