ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ, ବଦଳିଲେ ୧୧ ଜିଲ୍ଲାର ଏସ୍ ପି

0

ଭୁବନେଶ୍ୱର ୩୦/୧୨: ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁରରେ ଏସ୍‌ପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କୁ SAP ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ଗଞ୍ଜାମ ଏସ୍‌ପି ଥିବା ବ୍ରିଜେଶ କୁମାର ରାୟଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇ ଅନୁଗୋଳ ରେଂଜ ଡିଆଇଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଭଦ୍ରକ ଏସ୍‌ପି ଚରଣସିଂହ ମୀନାଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି।

ସୁଧାଂଶୁ ଶେଖର ମିଶ୍ର ହେଲେ ଅନୁଗୁଳ ଏସପି । ସେହିଭଳି ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସପି । ଜଗମୋହନ ମୀନା ହେଲେ ଗଞ୍ଜାମ ଏସପି ।  ଏଲ୍. ଦିବ୍ୟା ହେଲେ ଭିଜିଲାନ୍ସ ଏସପି । ପ୍ରତ୍ୟୁଷ ଦିବାବର ହେଲେ ସୁନ୍ଦରଗଡ ଏସପି । ବିନୀତ ଅଗ୍ରୱାଲ ହେଲେ ଯାଜପୁର ଏସପି । ବରୁଣ ଗୁଣ୍ଟୁପାଲି ହେଲେ ଭଦ୍ରକ ଏସପି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସ୍‌ପି ଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ବଦଳି କରାଯାଇଛି। ଗୁଣ୍ଡାଲା ରେଡ୍ଡି ହେଲେ ନୂଆପଡା ଏସପି । ଶୁଭେନ୍ଦୁ ପାତ୍ର ହେଲେ କନ୍ଧମାଳ ଏସପି । ଅଭିନବ ସୋନକାର କୋରାପୁଟ ଏସପି ହୋଇଥିବାବେଳେ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଦାୟିତ୍ୱ ଦିଆଯାଇଛି ।

ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଥିବା ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଥିବା ବେଳେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ବଦଳି କରାଯାଇଛି। ବାଲିଗୁଡ଼ା ଏସ୍‌ଡିପିଓ ଥିବା ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଗୁଣ୍ଡାଲା ରେଡ୍ଡୀ ଆର୍‌ଙ୍କୁ ନୂଆପଡ଼ା ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ତଥା ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସ୍‌ପି ଓ କେଶିଙ୍ଗା ଏସ୍‌ଡିପିଓ ଅଭିନବ ସୋନକରଙ୍କୁ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

Leave A Reply

Your email address will not be published.