ଆସନ୍ତାକାଲିଠାରୁ ୧୨ରୁ ୧୪ବର୍ଷ ପିଲାଙ୍କୁ ଟିକାକରଣ

0

ଭୁବନେଶ୍ବର, ୧୫।୩: କରୋନା ମାମଲା ହ୍ରାସ ପାଉଥିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଜ୍ୟ ସରକାର ଆସନ୍ତାକାଲି ଅର୍ଥାତ ବୁଧବାରଠୁ ୧୨ରୁ ୧୪ବର୍ଷ ବୟସର ପିଲାମାନଙ୍କର କୋଭିଡ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍ ଟିକା ନେବେ। ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫.୪୭ଲକ୍ଷ ଡୋଜ୍ ଟିକା ଉପଲବ୍ଧ ରହିଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠୁ ୧୨ରୁ୧ ୪ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ୨୦୧୦ ମାର୍ଚ୍ଚ ୧୫ତାରିଖ ପୂର୍ବରୁ ଜନ୍ମିତ ପିଲାମାନେ ଏହି ଟିକା ନେବେ । ଟିକା ନେବାପାଇଁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଣିକି ଜନ୍ମ ତାରିଖ ଆଧାରରେ ଟିକା ପ୍ରଦାନ କରାଯିବ । ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିହେବ। ୨୮ଦିନର ବ୍ୟବଧାନରେ ଦୁଇଟି ଡୋଜ୍ ଟିକା ଦିଆଯିବ। ହାଇଦ୍ରାବାଦ କମ୍ପାନୀ ବାୟୋଲଜିକାଲ ଇ.ଲିମିଡେଟ୍ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ପିଲାମାନଙ୍କୁ ଦିଆଯିବ। ପିଲାମାନଙ୍କ ଏହି ଟିକା ପାଇଁ ଆସନ୍ତାକାଲି ସକାଳ ୯ଟାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ। ଏହାସହିତ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦେବାର ସୁବିଧା ଉପଲବ୍ଧ ହେବ । ପିଲାମାନେ ନିଜର ପରିବାର ସଦସ୍ୟଙ୍କ ସହ ଅବା ଭିନ୍ନ ଭାବେ ପଞ୍ଜିକରଣ କରିପାରିବେ। ଆଧାର କାର୍ଡ ନଥିଲେ ପିଲାଙ୍କ ସ୍କୁଲ ଆଇକାର୍ଡରେ ମଧ୍ୟ ପଞ୍ଜିକରଣ କରିହେବ। ଚାରିଜଣିଆ ସଦସ୍ୟ ବିଶିଷ୍ଟ ପରିବାର ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକରଣ କରିପାରିବେ।

ସ୍କୁଲ ଶିକ୍ଷକମାନେ ଏହି ଟିକାକରଣ ଅଭିଯାନରେ ସହଯୋଗ କରିବେ। ପ୍ରଥମ ପର୍ଯ୍ୟାୟରେ ସ୍କୁଲ ସମୟରେ ଏହି ଟିକାକରଣ କାର୍ଯ୍ୟ କରିବାକୁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ସମନ୍ୱୟ ରକ୍ଷା କରି ଶିକ୍ଷା ବିଭାଗ ଏହି ଟିକାକରଣ ଅଭିଯାନକୁ ସୁଗମ କରାଇବ।

ଉଲ୍ଲେଖଯୋଗ୍ୟ, ଜାନୁୟାରୀ ୩ରୁ ରାଜ୍ୟ ସରକାର ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲାଙ୍କ କୋଭିଡ୍ ଟିକାକରଣ କରାଇଥିଲେ। ଏହାସହିତ ୬୦ବର୍ଷ ବୟସରୁ ଅଧିକ ସମସ୍ତ ବ୍ୟକ୍ତି ବୁଧବାରଠୁ ବୁଷ୍ଟର ଡୋଜ୍ ନେଇପାରିବେ।

Leave A Reply

Your email address will not be published.