ଏପ୍ରିଲ ୪ରୁ ସକାଳୁଆ କୋର୍ଟ

ଭୁବନେଶ୍ବର, ୧୬।୩: ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ବେଳେ ଅଧ ଘଣ୍ଟାଏ ଅର୍ଥାତ ଦିନ ୧୦ଟାରୁ  ସାଢ଼େ ୧୦ଟା ପର୍ଯ୍ୟନ୍ତ ବିରତ ରହିବ। ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ପୁରୀ(ସଦର), ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ (ସଦର) କୋର୍ଟ ପାଇଁ ଏହି ନିୟମ ଲାଗୁ ହେବନାହିଁ। ଆଜି ଏନେଇ ସବୁ ଜିଲ୍ଲା ଜଜ୍‌ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଚିଠି ଲେଖି ଅବଗତ କରାଇଛି।

Comments are closed.