ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ୍ ମାଡ଼ ଘଟଣା

ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂହ ରାୟଙ୍କୁ ୧୪ ବର୍ଷ କରାଦଣ୍ଡ

ଜଗତସିଂହପୁର, ୯/୫: ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ୍ ମାଡ଼ ମାମଲାରେ ଦୀର୍ଘ ୧୩ ବର୍ଷ ପରେ ପ୍ରକାଶ ପାଇଲା କୋର୍ଟଙ୍କ ରାୟ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂ ରାୟଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କଲେ କୋର୍ଟ। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ୧୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ମହିଳା କୋର୍ଟ।

ପ୍ରକାଶ ଥାଉକି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଗାଁର ପ୍ରମୋଦିନୀ ରାଉଳଙ୍କ ଉପରକୁ ୨୦୦୯ ମସିହା ଏପ୍ରିଲ ୧୮ ତାରିଖ ଦିନ ଏସିଡ୍ ମାଡ଼ ହୋଇଥିଲା । ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ କରି ଭଦ୍ରକ ଜିଲ୍ଲା ବାରିକପୁର ଗାଁର ସନ୍ତୋଷ ବେଦାନ୍ତ ନାମକ ଜଣେ ଯୁବକ ଓ ତାର ଜଣେ ସହଯୋଗୀ ପ୍ରମୋଦିନୀଙ୍କୁ ବାଟରେ ଜଗି ଏସିଡ୍ ମାଡ଼ କରିଥିଲେ। ତେବେ ଏହି ମାମଲାରେ ତିର୍ତ୍ତୋଲ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୧୩ ବର୍ଷ ପରେ ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Comments are closed.