ହାଇଦର ଫେରାର୍‌ ମାମଲାରେ ୩ ଗିରଫ

0

କଟକ, ୧୭।୪: କଟକ ଏସ୍ସିବିରୁ ହାଇଦର ଫେରାର ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣ ଯୁବକ ଜଣେ ଯୁବତୀ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଗିରଫ ଯୁବତୀ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଗିରଫ ଦୁଇ ଯୁବକ ହେଲେ କେନ୍ଦ୍ରାପଡ଼ାର ସେକ୍ରାଇସୁଦ୍ଦିନ ସେକ୍ଇମରାନ୍ ଏହି ୩ ଜଣଙ୍କର ଗ୍ୟାଙ୍ଗଷ୍ଟରର ଫେରାର ଘଟଣାରେ ରହିଛି ସଂପୃକ୍ତି

ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲରୁ ଏସସିବି ଆସିଥିଲା ହାଇଦର୍। ଗତ ଏପ୍ରିଲ ୧୦ରେ କଟକ ଏସ୍‌ସିବି ମେଡିକାଲରୁ ଗାର୍ଡଙ୍କୁ ଚକମା ଦେଇ ହାଇଦର୍ ଖସି ଯାଇଥିଲା। ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିସନରେଟ୍‌ ପୁଲିସ। ତେଲେଙ୍ଗାନା ପୁଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୁଲିସ। ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡ଼ିଶା ଅଣାଯାଇଥିଲା। ହାଇଦରକୁ ରିମାଣ୍ଡରେ ନେବା ପାଇଁ ଶୁକ୍ରବାର ହାଇଦରକୁ କୋର୍ଟରେ ହାଜର କରିଥିଲା କଟକ ପୁଲିସ। କୋର୍ଟକୁ ନେବା ପୂର୍ବରୁ ହାଇଦରର କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି।

Leave A Reply

Your email address will not be published.