ତିନି କୃଷି ଆଇନ ଉପରେ ସ୍ଥିଗିତାଦେଶ

0

ଭୁବନେଶ୍ବର, ୧୨।୧: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୁହେଁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା। କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଶୁଣାଣି ଆରମ୍ଭ ବେଳେ ଅନ୍ୟତମ ଆବେଦନକାରୀ ତଥା ଆଇନଜୀବୀ ଏମ୍‌ଏଲ୍‌ ଶର୍ମା କହିଥିଲେ, ଚାଷୀମାନେ କମିଟି ଆଗକୁ ଆସିବେନି। ତିନି କୃଷି ଆଇନକୁ ରଦ୍ଦ କରାଯିବା ଦରକାର। ଏହା ଚାଷୀଙ୍କ ଦାବି। ଜବାବରେ ପ୍ରଧାନ ବିଚାରପତି କହିଛନ୍ତି ଏଭଳି ନକାରାତ୍ମକ ମନୋଭାବ୍ ଠିକ୍ ନୁହେଁ।

ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ଜଣିଆ କମିଟି ଗଠନ କରିଥିବା ସୂଚନା ରହିଛି। ଏହି କମିଟିରେ ଅର୍ଥବିଶାରଦ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନର ହରସିମରତ ମାନ, ପ୍ରମୋଦ ଯୋଶୀ ଏବଂ ଅନୀଲ ଧନଓ୍ୱନ ରହିଛନ୍ତି। ସିଜେଆଇ କହିଛନ୍ତି ଯଦି ଆପଣମାନେ ସମାଧାନ ଚାହୁଁଛନ୍ତି, ତେବେ ଆପଣ କହିପାରିବେ ନାହିଁ ଯେ ଆପଣ କମିଟି ଆଗକୁ ଆସିବେନି।

Leave A Reply

Your email address will not be published.