ସାମ୍ଭାବ୍ୟ ଶିଶୁ ସଂକ୍ରମଣକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର

ପ୍ରଥମ ପ୍ରର୍ଯ୍ୟାୟରେ ୩ ହଜାର ବେଡ୍‌ ବ୍ୟବସ୍ଥା

ଭୁବନେଶ୍ବର, ୧୯।୮: ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ୍‌ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଆଗକୁ ଆହୁରି ବେଡ୍‌ ସଂଖ୍ୟା ବଢ଼ାଇବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏମ୍‌ଇଟି ସି.ବି.କେ ମହାନ୍ତି କହିଛନ୍ତି ଯଦି ଆବଶ୍ୟକ ହୁଏ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଶିଶୁ କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଅଡିଟେଡ୍ ମୃତ୍ୟୁ ନେଇ ସେ କହିଛନ୍ତି ଯେ, ପୂର୍ବରୁ ଥିବା ତଥ୍ୟ ଆଧାରରେ ମୃତ୍ୟୁ ଅଡିଟ୍ ୧୫ ଦିନରେ ସରିବ ଏବେ ଯାଏ ମହାମାରୀ ସରିନି ଏ ମଧ୍ୟରେ ବି ପୁରୁଣା ମୃତ୍ୟୁ ତଥ୍ୟ ଆସୁଛିମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଡିଏମ୍‌ଇଟି କହିଛନ୍ତି

Comments are closed.