ବ୍ରିଟେନ୍‌ରୁ ଫେରିଥିବା ୪ ବର୍ଷର ଛୁଆ କରୋନା ପଜିଟିଭ୍

0

ଭୁବନେଶ୍ବର, ୨୫।୧୨: ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ୨୦ ତାରିଖରେ ବାପା ମାଆଙ୍କ ସହ ଏହି ୪ ବର୍ଷର ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ୍‌ ଆସିଛି। ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନ୍‌ରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି ଥରେ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଆଜି ବିଏମ୍‌ସି ଅଞ୍ଚଳରେ ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫ ଲୋକାଲ୍‌ କେସ ରହିଛି।

Leave A Reply

Your email address will not be published.