ସୁଆଣ୍ଡୋ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

ପୁରୀ, ୧୬।୪: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍। ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପାଣ୍ଡିଆନ୍। ଆଜି (ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ  ୫-ଟି ସଚିବ ଭି.କେ ପାଣ୍ଡିଆନ ସୁଆଣ୍ଡୋ ଗସ୍ତ କରିଛନ୍ତି। ସୁଆଣ୍ଡୋରେ ୧୫.୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର ଓ ଗୋପବନ୍ଧୁ ଦାସଙ୍କ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିବେ ୫-ଟି ସଚିବ। ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

ଗସ୍ତ ସମୟରେ ଗଣମାଧ୍ୟମକୁ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ୨୫ କୋଟିରୁ ଅଧିକ ଟଙ୍କାର କାମ ଚାଲିଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସୁଆଣ୍ଡୋ ଗ୍ରାମବାସୀଙ୍କର ଅନ୍ୟ କିଛି ଦାବି ଥିଲେ,  ସେ ଉପରେ ଧ୍ୟାନ ଦିଆଯିବ। ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଷଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଥିବା ସେ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଏହି ସବୁ କାମ ସରିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.