ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ ୬,୨୬୭,୩୮ ଟଙ୍କା

ଶିକ୍ଷା କ୍ଷେତ୍ରରେ ଜାତୀୟ ହାରଠାରୁ ଆଗରେ ଓଡ଼ିଶା: ସମୀର ଦାସ

0

ଭୁବନେଶ୍ୱର, ୧୫।୭: ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ କହିଛନ୍ତି, ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ ପାଇଁ ବର୍ତ୍ତମାନ ସୁଦ୍ଧା ୩,୧୨,୪୮୨ ସ୍କୁଲରେ ,୨୬୭,୩୮ ଟଙ୍କାର ବ୍ୟବସ୍ଥା କରାଯାଇଛିଚଳିତ ଆର୍ଥିକ ବର୍ଷରେ ୧୨୪୬୬ଟି ସ୍କୁଲ ପାଇଁ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି

ସେହିଭଳି ୧୮୬୭ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ଲାଗି ୧୪ ଲକ୍ଷ ୭୯ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି ସେ ଆହୁରି କହିଛନ୍ତି, ୫୧୨ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲ୍ୟାବ୍, ଶୌଚାଳୟ, ବିଦ୍ୟୁତକରଣ ଓ ଆସବାବପତ୍ର ପାଇଁ ୪୩୨ କୋଟି ୮ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। 

ଦ୍ଵିତୀୟ ପର୍ଯ୍ୟାୟରେ ୮ଟି ବ୍ଲକର ୧ ହଜାର୧୪୬ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ୬୮୭ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ୍ ଆଉଟ୍ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ୨୪ ଜିଲ୍ଲାରେ ୩୦୫୧ଟି ସ୍କୁଲକୁ ମୋ ସ୍କୁଲ ଜରିଆରେ ୧୪ ଶହ୨୮କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି।

ତେବେ  ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜାରି ରିହିଛି।  ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ମନ୍ତ୍ରୀ କହିଥିବା ବେଳେ ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ  ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ

Leave A Reply

Your email address will not be published.