ଝାରସୁଗୁଡ଼ା ଉପନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ୬୮.୧୨% ମତଦାନ

0

ଭୁବନେଶ୍ବର, ୧୦।୫  ଝାରସୁଗୁଡା ଉପନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨  ପ୍ରତିଶତ ମତଦାନ ହୋଇଛି। ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା।  ମଧ୍ୟାହ୍ନ  ଗୋଟାଏ ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିଲା । ତେବେ  ଅପରାହ୍ନ୫ ଟା ସୁଦ୍ଧା ୬୮.୧୨  ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ନ 5  ଟା ସୁଦ୍ଧା ୭୪୦୦୮ ଜଣ ପୁରୁଷ ଓ ୭୭୦୨୦ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ମୋଟ୍ ୧,୫୧,୦୩୫ ଜଣ ସର୍ବମୋଟ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି।ତେବେ ୨୦୧୯  ସାଧାରଣ ନିର୍ବାଚନରେ ୭୫.୬୨ ପ୍ରତିଶତ ମତଦାନ ହୋଇଥିଲା।

ଝାରସୁଗୁଡା ରେ ମୋଟ ୨  ଲକ୍ଷ ୨୧ ହଜାର ୭୦  ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ଏକ ଲକ୍ଷ  ୧୦  ହଜାର ୩୨୦ ଏବଂ ମହିଳା ଭୋଟର ଏକ  ଲକ୍ଷ ୧୦ ହଜାର ୬୮୭ ଭୋଟର ରହିଛନ୍ତି।  ୮୦ରୁ ବର୍ଷ ରୁ ଊର୍ଦ୍ଧ୍ବ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଭିନ୍ନ କ୍ଷମ ଭୋଟର ରହିଛନ୍ତି। ଝାରସୁଗୁଡା ଇଂଜିନିୟରିଂ କଲେଜର ଷ୍ଟ୍ରଙ୍ଗ ରୁମରେ ରହିବ ଇଭିଏମ । ସେଠାରେ ଭୋଟିଂ କାଉଣ୍ଟି କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.