୭ ଦିନ ପାଇଁ ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଟାଙ୍ଗି, ୨୭।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୁଧବାର ଜେଲରୁ ମୁକୁଳିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ସବ୍-ଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ହାଇକୋର୍ଟ ମାତ୍ର ୭ ଦିନ ଅର୍ଥାତ ଏକ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ବୁଧବାର ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ

ଚିଲିକା ବିଧାୟକ ଜେଲରୁ ବାହାରିବା ପରେ ସିଧାସଳଖ  ବାଣପୁରର ଅଧିଷ୍ଠାତ୍ରୀ ଦେବୀ  ମାଭଗବତୀଙ୍କ ଦର୍ଶନ ଲାଗି ଯାଇଥିଲେ। ଏହି ସମୟରେ ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ୱାଗତ କରିଥିଲେ। ପରେ ବିଧାୟକ ଭୁବନେଶ୍ୱର ଫେରିଛନ୍ତି ଅନ୍ତରୀଣ ଜାମିନ ଅବଧି ସରିବା ପରେ ଅର୍ଥାତ ଆସନ୍ତା ମେ’  ୪ ତାରିଖ ଦିନ ସକାଳ ୭ଟାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହା ସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡ଼ିଛି

ସୂଚନାଯୋଗ୍ୟ ଯେ, ଖୋର୍ଧା ଜିଲ୍ଲାର ବାଣପୁର ବ୍ଲକରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଜନ ସମାଗମ ଥିବା ବେଳେ ଚିଲିକା ବିଧାୟକ ଗଣେଶ ଓରଫ ପ୍ରଶାନ୍ତ ଜଗଦ୍ଦେବ ନିଜେ ଡ୍ରାଇଭିଂ କରି ବ୍ଲକ କ୍ୟାମ୍ପସ ମଧ୍ୟକୁ ଧସେଇ ପଶିବା ବେଳେ ବିଧାୟକଙ୍କ ଗାଡି ଧକ୍କାରେ ବହୁ ପୋଲିସ କର୍ମଚାରୀ ଓ  ସାଧାରଣ ଜନତା ଆହତ ହୋଇଥିଲେ  । ଯାହାକୁ ନେଇ ବିଧାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ସେହି ଘଟଣାରେ ବିଧାୟକ ଗିରଫ ହୋଇ ଜେଲରେ ଥିଲେ।

Comments are closed.