ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ

ଚାଲିଗଲା ୮ ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତି

0

ହାଇଦ୍ରାବାଦ, ୧୩।୯: ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେଲେଙ୍ଗାନା ସିକନ୍ଦରାବାଦରେ ସୋମବାର ବିଳମ୍ୱିତ ରାତିରେ ଏପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଓଡ଼ିଆ ଦମ୍ପତି ଥିବା ଜଣା ପଡ଼ିଛି। ସେମାନେ ହେଲେ କଟକ କାଫଲା ଵଜାର ମହାନ୍ତି ପଡାର ଚନ୍ଦନ ଜେଠି ଓ ସ୍ତ୍ରୀ ମିତାଲି ମହାପାତ୍ର

ସୂଚନା ଅନୁସାରେ, ସୋ’ ରୁମ୍‌ରେ ଇଲେକ୍ଟ୍ରିକ୍‌ ବାଇକକୁ ଚାର୍ଚ୍ଚ କରାଯାଉଥିବା ବେଳେ ସଟ୍‌ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଫଳରେ ଏହି ଶୋରୁମ୍‌ରେ ଉପରେ ଥିବା ମହଲାଗୁଡ଼ିକରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଏହି ସମୟରେ ପ୍ରାୟ ୨୫ ଜଣ ଲୋକ ସେଠାରେ ଫଶି ରହିଥିଲେ। କିଛି ଲୋକ ଝରକା ଦେଇ ଆସୁଥିବା ବେଳେ ଦମକଳ ବାହାନୀ କ୍ରେନ୍‌ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଥିଲେ। ରାତି ପ୍ରାୟ ୧୦ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସ୍ଥାନିୟ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା

ତେବେ ମୃତକଙ୍କ ମଧ୍ୟରେ ଅଧିକ ଲୋକ ଉପର ମହଲାରେ ଥିବା ହୋଟଲରେ ରହିଥିଲେ, ଯେଉଁମାନେ କି ଧୂଆଁରେ ବନ୍ଦୀ ହୋଇଯାଇଥିଲେ। ଶୋରୁମ୍‌ରେ ପ୍ରାୟ ୩୦ ରୁ ୪୦ ଇଲେକ୍ଟ୍ରିକ ସ୍କୁଟର ଚାର୍ଜିଂ ୟୁନିଟରେ ରହିଥିଲା। ଏନେଇ ପୁଲିସ କହିଛି, ଏହି ଲଜ୍‌ର ୪ ମହଲାରେ ମୋଟ ୨୩ ଟି ରୁମ ରହିଥିଲା। ହାଇଦ୍ରାବାଦ ପୁଲିସ କମିସନର ସି.ଭି ଆନନ୍ଦ କହିଛନ୍ତି, ସୋରମୁରେ ନିଆଁ ଲାଗିବା ଯୋଗୁ ଉପର ମହଲାଗୁଡ଼ିକରେ ଧୂଆଁ ବ୍ୟାପି ଯାଇଥିଲା। ଫଳରେ ପ୍ରଥମ ଓ ଦ୍ୱିତୀୟ ମହଲାରେ ଶୋଇଥିବା ଲୋକ ପ୍ରବଳ ଧୂଆଁରେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।  

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତେଲେଙ୍ଗାନା ମନ୍ତ୍ରୀ କେ ଟି ରାମରାଓ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକ ପରିବାରଙ୍କୁ ଅନୁକମ୍ପା ରାଶି ଦେବା ନେଇ ଘୋଷଣା କରାଯାଇଛି।

ସୂଚନା ଥାଉକି, ଏହି ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଜେଠୀ ଚନ୍ଦନ ବେଙ୍ଗାଲୁରୁରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ ବର୍ଷକ ତଳେ ଚନ୍ଦନ ବାଲେଶ୍ୱର ଅଞ୍ଚଳର ମିତାଲିଙ୍କୁ ବିବାହ କରିଥିଲେ ଏକ ତାଲିମ ର୍କ୍ୟାକ୍ରମରେ ଯୋଗଦେବାକୁ ଚନ୍ଦନ ସିକନ୍ଦରାବାଦ୍‌ ଯାଇଥିଲେ ଚନ୍ଦନଙ୍କ ସହ ପତ୍ନୀ ମିତାଲି ମଧ୍ୟ ଯାଇଥିଲେ । ସେଠାରେ ଥିବା ରୁବି ପ୍ରାଇଡ୍‌ ଲଜ୍‌ରେ ଉଭୟ ରାତ୍ରୀ ଯାପନ କରିଥିଲେ ମାତ୍ର ଲଜ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି ଏହି ଖବର ପାଇବା ପରେ ଚନ୍ଦନଙ୍କ ଭାଇ ଶୋଭନ୍‌ ସିକନ୍ଦରାବାଦ୍‌ ଯାଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି

 

Leave A Reply

Your email address will not be published.