ସିଏମ୍‌ସି କାର୍ଯ୍ୟାଳୟର ୮ ଜଣ କରୋନା ସଂକ୍ରମିତ

କଟକ, ୧୩/୭: କଟକ ମହାନଗର ନିଗମରେ ପଶିଲା କରୋନା। ସିଏମ୍‌ସି କାର୍ଯ୍ୟାଳୟରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ କୋଭିଡ ନିୟମ କଡ଼ାକଡ଼ି କରାଯାଇଛି। ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଏନେଇ ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ ଉପରମୁହାଁ ଗ୍ରାଫ୍ ରହିଛି ତେଣୁ ଏହା ବଢିଲା ପରେ ସମନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେଧୀରେ ଖସିପରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

 

Comments are closed.