ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ; ନିୟମିତ ହେବେ ୫୦୪ ଠିକା ଅଙ୍ଗନୱାଡ଼ି ସୁପରଭାଇଜର

ଭୁବନେଶ୍ୱର, ୨୯/୨: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ବଡ଼ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି। ରାଜ୍ୟ ସରକାର ୫୦୪ ଠିକା ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ନିୟମିତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗାଁ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ କାମ କରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ଉପକୁ ମଞ୍ଜୁରୀ ମିଳିଛିି। ୬ପାରା ମେଡିକାଲ କ୍ୟାଡର ରୁଲର ପରିବର୍ତ୍ତନ କରାଯାଇଥିବା ବେଳେ ନର୍ସଂ ଅଫିସର, ଲାବ୍‌ ଟେକ୍ନିସିଆନଙ୍କୁ ପଦୋନ୍ନତି ମିଳିବ।

ରାଜ୍ୟ ସରକାର ୫ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ଆହୁରି ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁଣାତ୍ମକ ସେବା ମିଳିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟ ଜଳ ଓ ସୂଚନା ବିଜ୍ଞାନ କେନ୍ଦ୍ର ଗଠନ ପାଇଁ ପଦକ୍ଷେପ ନେଇଛନ୍ତି।

 

Comments are closed.