କଟକ ଏସ୍‌ସିବି ପହଞ୍ଚିଲା ୯ଟି ଏକମୋ ମେସନ୍

ଅଗଷ୍ଟ ୧୫ରେ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

0

କଟକ, ୨୯।୭: କଟକ ଏସ୍‌ସିବିର ଏକ୍‌ମୋ ୟୁନିଟ୍‌ ପାଇଁ ମୋଟ୍‌ ୯ଟି ଏକ୍‌ମୋ ମେସିନ୍‌ ଏବେ ମେଡିକାଲରେ ପହଞ୍ଚି ସାରିଛି। ମଙ୍ଗଳବାର ସୁଦ୍ଧା ୫ଟି ଏକ୍‌ମୋ ମେସିନ୍‌ ଆସିଥିବା ବେଳେ ବୁଧବାର ଦିନ ଅବଶିଷ୍ଟ ୪ ଏକ୍‌ମୋ ମେସିନ୍‌ ଆସି ପହଞ୍ଚିବା ପରେ ଏକ୍‌ମୋ ମେସିନ୍‌ ସଂଖ୍ୟା ୯ରେ ପହଞ୍ଚିଛି। ଏପରିକି ଏସବୁର ଇନ୍‌ଷ୍ଟଲେସନ୍‌ ପ୍ରକ୍ରିୟା ପାଇଁ କୋଲକାତା ଓ ଦିଲ୍ଲୀରୁ ବୈଷୟିକ୍ ଟିମ୍‌ ମଧ୍ୟ ଏସ୍‌ସିବିରେ ପହଞ୍ଚି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟର ଏକ୍‌ମୋ ହବ୍‌ ଏସ୍‌ସିବିରେ ୯ଟି ଏକ୍‌ମୋ ମେସିନ୍‌କୁ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି।

ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୯ ଜଣିଆ ଟିମ୍‌ କୋଲକାତା ତାଲିମ ପାଇଁ ଯାଇଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏକ୍‌ମୋ ପାଇଁ ଏସ୍‌ସିବି ହୃଦ୍‌ରୋଗ ବିଭାଗ କୋଠାରେ କାର୍ଡିଓଥୋରାସିସ୍‌ ବିଭ‌ାଗର ଆଇସିୟୁ ପାଖରେ ଓ ୩ଟି ମେସିନ୍‌ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ରହିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି।

 

Leave A Reply

Your email address will not be published.