କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା

ଚନ୍ଦ୍ରଶେଖର ହୋତାଙ୍କୁ ‘ଯୁବ ପୁରସ୍କାର’ ଓ ରାମଚନ୍ଦ୍ର ନାୟକ ‘ବାଲ୍ ସାହିତ୍ୟ ପୁରସ୍କାର’

0

ଭୁବନେଶ୍ବର, ୧୨।୩: କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଆଜି ଘୋଷଣା ହୋଇଛି। ଓଡ଼ିଆ ଭାଷାରେ ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ଏଥିସହ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଚଳିତ ବର୍ଷର ‘ଯୁବ ପୁରସ୍କାର’ ପାଇବେ ବୋଲି ଘୋଷଣା ହୋଇଛି। ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି। କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ଏହି ଘୋଷଣା କରିଛନ୍ତି। ରାମଚନ୍ଦ୍ର ନାୟକଙ୍କୁ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଓ ଶ୍ରୀ ହୋତାଙ୍କୁ ତାଙ୍କ ଦ୍ବାରା ରଚିତ ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ବେଷଣ’ ପାଇଁ ଏହି ପୁରସ୍କାର ମିଳିବ। ବାଲ୍‌ ସାହିତ୍ୟ ପୁରସ୍କାର-୨୦୨୦ ପାଇଁ ଚଳିତ ବର୍ଷ ବିଚାରକ ଭାବେ ବିରେନ୍ଦ୍ର ମହାନ୍ତି, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ଓ ପ୍ରୀତିଧରା ସାମଲ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସେହିଭଳି ‘ସାହିତ୍ୟ ଅକାଦେମି ଯୁବ ପୁରସ୍କାର’ ପାଇଁ ବିପିନ ବିହାରୀ ନାୟକ, ପ୍ରଫେସର ରାଜକିଶୋର ମିଶ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ।

 

Leave A Reply

Your email address will not be published.