ଏପ୍ରିଲ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ: ୨ଟି ସଭାରେ ଯୋଗ ଦେବେ ନବୀନ

0

ଭୁବନେଶ୍ବର, ୨୩/୪: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ଆସନ୍ତାକାଲି (ଏପ୍ରିଲ ୨୪) ଦିନିକିଆ ଗସ୍ତରେ ଗଂଜାମ ଯିବେ। ସେଠାରେ ଦୁଇଟି ସଭାକୁ ସମ୍ବୋଧିତ କରିବେ। ହିଞ୍ଜିଳି ଓ ଶେରଗଡ଼ରେ ସେ ପୂର୍ବାହ୍‌ଣରେ ୨ଟି ସଭାକୁ ସମ୍ବୋଧିତ କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏପ୍ରିଲ ୨୪ ତାରିଖ ପୂର୍ବାହ୍‌ଣ ୯ଟା ୩୦ରେ ନବୀନ ନିବାସରୁ ବାହାରିବେ। ୯ଟା ୪୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ସେଠାରୁ ୯ଟା ୪୫ରେ ଅଗଷ୍ଟା ୧୦୯ ଭିଡି ଓଏସ୍‌ଏଚ୍‌ ହେଲିକପ୍ଟର ଯୋଗେ ଗଂଜାମ ଅଭିମୁଖେ ବାହାରିବେ। ସେ ୧୦ଟା ୩୫ରେ ହିଞ୍ଜିଳିସ୍ଥିତ ଶଙ୍କର ଚକ୍ଷୁ ଡାକ୍ତରଖାନା ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତୀର୍ଣ୍ଣ କରିବେ। ସେଠାରୁ ସାଧାରଣ ସଭାକୁ ବାହାରିବେ। ସଭା କାର୍ଯ୍ୟ ପରେ ପୂର୍ବାହ୍ଣ ୧୧ଟା ୧୫ରେ ପୁଣି ଅସ୍ଥାୟୀ ହେଲିପ୍ୟାଡକୁ ଫେରି ଆସିବେ ଓ ଶେରଗଡ଼ ଅଭିମୁଖେ ବାହାରିବେ।

ହିଞ୍ଜିଳିରେ ଜନସଭାକୁ ସମ୍ବୋଧିତ କରିବା ପରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ୧୧ଟା ୩୦ରେ ଶେରଗଡ଼ ବସ୍‌ଷ୍ଟାଣ୍ଡ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ।  ସେଠାରୁ ସିଧାସଳଖ ସଭାସ୍ଥଳୀକୁ ଯିବେ। ସାଧାରଣ ଜନତାଙ୍କୁ ନିର୍ବାଚନୀ ସମ୍ବୋଧନ ଦେଇ ସଭା କାର୍ଯ୍ୟ ପରେ ୧୨ଟା ୧୫ରେ ସ୍ଥାନୀୟ ଅସ୍ଥାୟୀ ହେଲ‌ପ୍ୟାଡକୁ ଫେରିଆସିବେ। ଅପରାହ୍‌ଣ ୧ଟାରେ ସେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ତାଙ୍କ ସାଥୀରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭ‌ି.କେ ପାଣ୍ଡିଆନ୍‌ ଉପସ୍ଥିତ ରହିବେ। ତେବେ ମୁଖ୍ୟମନ୍ତ୍ରୀ ଦୁଇଟି କାର୍ଯ୍ୟକ୍ରମ ପ୍ରାୟ ଦେଢ଼ ଘଣ୍ଟା ଉପସ୍ଥିତ ରହିବାର ଅନୁମାନ କରାଯାଉଛି।

Leave A Reply

Your email address will not be published.