ଭୁବନେଶ୍ୱର, ୨୨/୪: ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ। କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ ମଧ୍ୟ କଂଗ୍ରେସ ପାଇଁ ରାହୁଲ ପ୍ରଚାର କରିବେ। ଓଡିଶା ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତାକାଲି ଭିତରେ ରାହୁଲଙ୍କ କାର୍ଯ୍ୟକ୍ରମ ଫାଇନାଲ ହେବ। ସେହିପରି ବଲାଙ୍ଗୀରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ଆସି ପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଛି।