ସେନା ପାଇଁ ପ୍ରସ୍ତୁତ ହେଲା ହାଲ୍‌କା ବୁଲେଟ୍ ପ୍ରୁଫ୍‌ ଜ୍ୟାକେଟ

0

ଭୁବନେଶ୍ବର, ୧।୪: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ)ର ଲାବ୍‌ ଡିଫେନ୍ସ ମାଟେରିଆଲ୍ସ ଆଣ୍ଡ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ ହାଲକା ଧରଣର ବୁଲେଟ୍ ପ୍ରୁଫ୍‌ ଜାକେଟ ତିଆରି କରିଛି। ଏହି ବୁଲେଟ୍‌ ପ୍ରୁଫ୍ ଜାକେଟ୍‌ର ଓଜନ  ୯ କିଲୋଗ୍ରାମ ରହିଛି ଏବଂ ଏହାକୁ  ଭାରତୀୟ ସେନାର ଗୁଣାତ୍ମକ  ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।

ଫ୍ରଣ୍ଟ ହାର୍ଡ ଆର୍ମର ପାନେଲ୍‌(ଏଫ୍‌ଏଚ୍‌ଏପି) ଜାକେଟ୍‌ର ପରୀକ୍ଷଣ ଟର୍ମିନଲ ବାଲିଷ୍ଟିକ୍‌ ରିସର୍ଚ୍ଚ ଲାବରେଟରୀ( ଟିବିଆରଏଲ୍‌) , ଚଣ୍ଡିଗଡ଼ରେ କରାଯାଇଛି ଏବଂ ଏହି ସମୟରେ ସବୁ ଆବଶ୍ୟକ ବିଆଇଏସ୍‌ ମାନକଗୁଡ଼ିକୁ ପୂରା କରାଯାଇଛି ।

ଏହି ସ୍ୱତନ୍ତ୍ର ପ୍ରକାରର ହାଲକା ଜାକେଟ୍‌କୁ ସେନା ପାଇଁ ପ୍ରସ୍ତୁତ କରାଯାଇଛି । ସୈନିକଙ୍କ ଜୀବନ ରକ୍ଷାରେ ବ୍ୟବହୃତ ହେଉଥିବା ଜାକେଟ୍‌କୁ ଆରାମଦାୟକ କରିବା ପାଇଁ ପ୍ରତ୍ୟେକ ଗ୍ରାମର ପ୍ରମୁଖ ଭୂମିକା ହୋଇଥାଏ। ମଧ୍ୟମ ଆକାରର ବୁଲଟ୍‌ ପ୍ରୁଫ୍‌ ଜାକେଟ୍‌ର ଓଜନ ୧୦.୪ କିଲୋଗ୍ରାମ୍‌ରୁ କମାଇ ୯ କିଲୋଗ୍ରାମ୍‌ କରାଯାଇଛି । ହାଲକା ବୁଲେଟ୍‌ ପ୍ରୁଫ୍‌ ଜାକେଟ୍‌ ତିଆରି କରିବାର ଉଦ୍ଦେଶ୍ୟ ରେ ଲାବ୍‌ରେ ବହୁତ ବିଶେଷ ସାମଗ୍ରୀ ଓ ସ୍ୱତନ୍ତ୍ର ଟେକ୍ନୋଲଜି ବିକଶିତ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସ୍ୱତନ୍ତ୍ର ପ୍ରକାରର ଜାକେଟ୍‌ ପ୍ରସ୍ତୁତ ପାଇଁ ଡିଆରଡିଏର ବୈଜ୍ଞାନିକ ଓ ଏହା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣେଇଛନ୍ତି।

 

Leave A Reply

Your email address will not be published.