ଓଡ଼ିଶା ଦିବସ ଅବସରରେ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ବର, ୧।୪: ଓଡ଼ିଶା ଦିବସରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଜମା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଅନୁସାରେ ରାଜ୍ୟର ୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୬୯୩.୯୪ କୋଟି କାଳିଆ ଟଙ୍କା ଯାଇଛି। ଏହାସହ ପବିତ୍ର ଓଡ଼ିଶା ଦିବସରେ ଚାଷୀ ଭାଇମାନଙ୍କୁ ଅଭିନନ୍ଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି ନିର୍ବାଚନ ଯୋଗୁଁ ପୁରୀ ଜିଲ୍ଲାକୁ ଏଥିରୁ ବାଦ୍‌ ଦିଆଯାଇଛି । ଏହି କାଳିଆ ଯୋଜନା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ । ଚାଷୀର ତ୍ୟାଗ ଓ ସ୍ବାଭିମାନ ଓଡ଼ିଶାର ସ୍ବାଭିମାନକୁ  ବୃଦ୍ଧି କରିବା ସହ ଓଡ଼ିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛନ୍ତି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡ଼ିଶାକୁ ଗର୍ବିତ କରୁଛନ୍ତି । କୋଭିଡ ସମୟରେ ଚାଷୀ ଭାଇ ଆମ ଅର୍ଥନୀତିକୁ ରକ୍ଷା କରିଛନ୍ତି ।  ଏଣୁ ଚାଷୀଙ୍କୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.