ଆତ୍ମ ସମର୍ପଣ କଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୩୧।୩: ଆଜି ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦ‌ାନ୍ତ ମାଓବାଦୀ। ମାଲକାନଗିରି ଏସପି ଋଷିକେଶ ଖିଲାରି ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଁଙ୍କ ନିକଟରେ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମାଓ ନେତା ଭାବେ ସକ୍ରିୟ ଥିବା ଏହି ଦୁର୍ଦ୍ଦାନ୍ତ ମାଓ ନେତା ଲାଲଗଡ଼ର ଅନ୍ଧାରି ଦୁନିଆକୁ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ମାଇନୁ ଖରା ରାମା ଆବତା ନାମକ ମାଓ ନେତା ଏସିଏମ୍ ଭାବେ କାର୍ଯ୍ୟ କରୁଥିବା ବେଳେ ରଘୁ ଖରା ମାଓଦଳରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ଜଣ ଆନ୍ଧ୍ର ଓଡିଶା ସୀମାର ସ୍ପେଶାଲ ଜୋନାଲ କମିଟିର ମିଲେଟ୍ରୀ ପ୍ଲାଟୁନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ମାଇନୁ ଖରା ରାମା ଆବତାଙ୍କ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ହୋଇଥିବା ବେଳେ ରଘୁଙ୍କ ଘର ସ୍ଵାଭିମାନ ଅଞ୍ଚଳ ବେଜିଙ୍ଗ ଗ୍ରାମରେ। ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ନକ୍ସଲ ପନ୍ଥୀଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି ରାମା ମାଇନୁଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ରଘୁଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ଵାଭିମାନ ଅଞ୍ଚଳରେ ୪ଟି ବିଏସଏଫ କ୍ୟାମ୍ପ ଗୋଟିଏ ଥାନା ନିର୍ମାଣ ହୋଇଥିବା ବେଳେ ପୋଲିସର ଛାଉଣିରେ ସେଠାରେ ବିକାଶ ଧାରା ଆଗେଇ ଚାଲିଛି। ଯାହାକୁ ତେଲୁଗୁ ମାଓନେତାମାନେ ବିରୋଧ କରୁଥିବାରୁ ଏହି ୨ଜଣ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି

Comments are closed.