ସିଲ୍‌ ହେଲା ମାର୍କେଟ ବିଲ୍ଡିଂ ବିଶାଲ୍‌ ମେଗାମାର୍ଟ

0

ଭୁବନେଶ୍ୱର, ୨।୪: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବିଏମ୍‌ସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାର୍କେଟ୍‌ ବିଲ୍‌ଡିଂରେ ଥିବା ବିଶାଲ ମେଗାମାର୍ଟ ମଲ୍‌କୁ ଆଜି ସିଲ୍‌ କରି ଦିଆଯାଇଛି। ସେହିପରି କ୍ୱିନ୍ସ କଲେକ୍‌ସନ୍ ଦୋକାନକୁ ୧୦ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ କୋଲ୍‌କାତା ବଜାର ଓ ସିଟି ଫ୍ୟାସନ୍‌କୁ ୫ ହଜାର ଟଙ୍କା ଜରିମାନା କରିଛି ବିଏମ୍‌ସି।

ସେପଟେ ବିଏମ୍‌ସି ଆଜି ସନ୍ଧ୍ୟାରେ ନୂଆ କୋଭିଡ୍‌ ଗାଇଡ୍ ଲାଇନ୍ ଜାରି କରିଛି । ଆସନ୍ତା ଏପ୍ରିଲ ୬ତାରିଖରୁ ଲାଗୁ ହେବ ଏହି ନୂଆ କଟକଣା। ବିବାହ କାର୍ଯ୍ୟରେ ୧୦୦ ଜଣଙ୍କୁ ଓ ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ମିଳିବ ଅନୁମତି। କୌଣସି ଅନୁଷ୍ଠାନର ସୁବର୍ଣ୍ଣ ଓ ରୌପ୍ୟ ଉତ୍ସବ ପାଳନକୁ ମନା ହୋଇଛି। ଏହାସହ କୌଣସି ସାମାଜିକ ଉତ୍ସବକୁ ମିଳିବନି ଅନୁମତି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.