ଗଞ୍ଜାମ ଜିଲ୍ଲାର ୬ଟି ପଞ୍ଚାୟତକୁ ଜାତୀୟ ପୁରସ୍କାର

0

ଭୁବନେଶ୍ବର, ୩।୪: ଗଞ୍ଜାମ ଜିଲ୍ଲାକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ୬ଟି ପଞ୍ଚାୟତକୁ ମିଳିଛି ‘ଜାତୀୟ ପଞ୍ଚାୟତ ପୁରସ୍କାର’। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଭଲ ପ୍ରଦର୍ଶନ କରି ଜିଲ୍ଲାର ୨ଟି ବ୍ଲକ ହିଞ୍ଜିଳି ଓ ଶେରଗଡ ଏବଂ ୪ଟି ପଞ୍ଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା, ଓ ବଡବୋରିସିଙ୍ଗିକୁ ଜାତୀୟ ପଞ୍ଚାୟତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ପଞ୍ଚାୟତ ଶାସନ କ୍ଷେତ୍ରରେ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ହିଂଜିଳି ଓ ଶେରଗଡ ବ୍ଳକ ଏବଂ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ଭାବେ ବଡଖଣ୍ଡି ଓ ରାମଚନ୍ଦ୍ରପୁର ପଂଚାୟତକୁ ମିଳିଛି । ସେହପରି ନିଜ ଅଂଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡପଡା ପଂଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ପୋଷ୍ୟ ଶିଶୁ କାର୍ଯ୍ୟ ପାଇଁ ବଡବୋର ସିଂ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମପଂଚାୟତ ଆୱାର୍ଡ ପ୍ରଦାନ କରିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ଯୋଗେ ଗଞାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି । ସଫଳତା ଓ ଆୱାର୍ଡ ମିଳିଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉସାହେବ ମଧ୍ୟ ଉକ୍ତ ବ୍ଳକ ଓ ପାଂଚୟତ ଟିମ୍ କୁ ପ୍ରଂଶସା କରିବା ସହ ଶୁଭେଛା ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବହୁବାର ଗଞ୍ଜାମ ଜିଲ୍ଲା ଭାରତ ସରାକରଙ୍କ ପକ୍ଷରୁ ଜାତୀୟ ପୁରସ୍କାର ପାଇବାର ନଜିର ରହିଛି । ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ସଂପୃକ୍ତ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply

Your email address will not be published.