ପୁଣି ଫେରିଲା ଲକ୍‌ଡାଉନ୍‌: ୫ରୁ ୧୯ ଯାଏ ସାରା ଓଡ଼ିଶା ଲକ୍‌ଡାଉନ୍‌

0

ଭୁବନେଶ୍ବର ୨।୫: କଠୋର ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ପୁଣି ରାଜ୍ୟକୁ ଫେରିଛି ଲକ୍‌ଡାଉନ୍‌। ଏଥର ଅଧିକ ମାରାତ୍ମକ ରୂପ ନେଇଛି ଘାତକ କରୋନା। ସଂକ୍ରମଣ ଚେନ୍ ବ୍ରେକ କରିବା ପାଇଁ ରାଜ୍ୟକୁ ପୁଣି ଥରେ ଲକ୍‌ଡାଉନ୍‌ ଫେରିଛି। ୧୪ ଦିନ ପାଇଁ ଲକଡାଉନ୍ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି।

ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।

ସକାଳ ସମୟରେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ ।ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮ ହଜାର ୦୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୧୪ଜଣଙ୍କ ଜୀବନ ନେଇଛି କରୋନା। ୪୫୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୪୪୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ଜଣ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ, ଅନୁଗୁଳରୁ ୫୨୫ ଜଣ, କଟକରୁ ୪୮୨ ଜଣ,ସମ୍ବଲପୁରରୁ ୪୪୧ ଜଣ, ବରଗଡ଼ରୁ ୩୯୦ ଜଣ, ଝାରସୁଗୁଡ଼ାରୁ ୩୮୬ ଜଣ,ନବରଙ୍ଗପୁରରୁ ୩୨୦ ଜଣ, ପୁରୀରୁ ୩୦୬ ଜଣ, ନୂଆପଡ଼ାରୁ ୨୬୪ ଜଣ, ସୋନପୁରରୁ ୨୦୭ ଜଣ,ମୟୂରଭଞ୍ଜରୁ ୧୯୯ ଜଣ, ବଲାଙ୍ଗୀରରୁ ୧୯୮ ଜଣ, ଯାଜପୁରରୁ ୧୯୪ ଜର, ନୟାଗଡ଼ରୁ ୧୮୭ ଜଣ, କଳାହାଣ୍ଡିରୁ ୧୭୪ ଜଣ, ଗଞ୍ଜାମରୁ ୧୬୯ ଜଣ,ରାୟଗଡ଼ାରୁ ୧୫୪ ଜଣ,ଜଗତସିଂହପୁରରୁ ୧୪୯ ଜଣ, ଭଦ୍ରକରୁ ୧୪୫ ଜଣ, କୋରାପୁଟରୁ ୧୨୭ ଜଣ, ଗଜପତିରୁ ୧୨୦ ଜଣ,ବୌଦ୍ଧରୁ ୧୦୩ ଜଣ, ଦେବଗଡ଼ରୁ ୧୦୧ ଜଣ, ବାଲେଶ୍ବରରୁ ୧୦୦ ଜଣ, ଢ଼େଙ୍କାନାଳରୁ ୮୬ ଜଣ, କେନ୍ଦୁଝରରୁ ୭୫ ଜଣ, କେନ୍ଦ୍ରପଡ଼ାରୁ ୭୦ ଜଣ, କନ୍ଧମାଳରୁ ୬୧ ଜଣ, ମାଲକାନଗିରିରୁ ୩୬ ଜଣ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Leave A Reply

Your email address will not be published.