ସାମ୍ବାଦିକଙ୍କ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୨/୦୫ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏଥିରେ ଉପକୃତ ହେବେ। ପଞ୍ଜିକୃତ ହୋଇଥିବା ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମ୍ବାଦିକମାନେ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ନ୍ୟୁଜ ଯୋଗାଇ ମହତ ସେବା କରୁଛନ୍ତି। ଲୋକମାନଙ୍କୁ କୋଭିଡ୍ ସମ୍ପର୍କିତ ସୁଚନା ପ୍ରଦାନ କରୁଛନ୍ତି। ସାମ୍ବାଦିକମାନେ କରୋନା ବିରୋଧୀ ଲଢେଇରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଏହାଦ୍ଵାରା ସବୁ କାର୍ଯ୍ୟରତ ସମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବିମା ଯୋଜନାରେ ଅର୍ନ୍ତଭୁକ୍ତ ହେବେ ସେମାନଙ୍କୁ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ସୁବିଧା ମିଳିବ କରୋନାରେ ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକ କରୋନାରେ ମୃତ୍ୟୁ ହେଲା ତେବେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ମିଳିବ। ତେବେ ଇତିମଧ୍ୟରେ ରାଜ୍ୟରେ ୧୫ଜଣ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇ ସାରିଲାଣି

Comments are closed.