ପଶ୍ଚିମ ବଙ୍ଗରେ ଟିଏମ୍‌ସିର ବିଜୟ, ନନ୍ଦିଗ୍ରାମରେ ହାରିଲେ ମମତା

ଭୁବନେଶ୍ବର, ୨।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ନନ୍ଦିଗ୍ରାମରେ ତୃଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଛନ୍ତି। ସେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୧୯୫୭ ଭ‌ୋଟରେ ହାରିଛନ୍ତି। ତେବେ ନନ୍ଦିଗ୍ରାମର ମତଗଣନା ବେଶ୍‌ ରୋମାଞ୍ଚକର ଥିଲା। ଏଥିରେ ଶୁଭେନ୍ଦୁ ଅଧିକାରୀ ପ୍ରଥମରୁ ଆଗୁଆ ଥିବା ବେଳେ ପରେ ମମତା ତାଙ୍କୁ ଅତିକ୍ରମ କରିଥିଲେ । ଏପରି କି ୧୬ ରାଉଣ୍ଡ ମତଗଣନା ଶେଷ ବେଳକୁ ମମତା ବାନାର୍ଜୀ ୧୨ଶହ ଭୋଟ୍‌ରେ ଜିତି ଥିବା ଖବର ଆସିଥିଲା ।

ତେବେ ନନ୍ଦିଗ୍ରାମର ଜନତା ଯାହା ଚାହିଁଲେ ତାହା ମତଦାନ କଲେ ବୋଲି ମମତା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜ୍ୟରେ ତାଙ୍କ ଦଳ ଡବଲ୍‌ ସେଞ୍ଚୁରି କରିଛି ବୋଲି ସେ କହିଛନ୍ତି । ତେବେ ଚାରିଆଡୁ ମମତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କୁ ତାଙ୍କ ଦଳର ସଫଳତା ପାଇଁ ଶୁଭେଚ୍ଛା ଦେଇଛନ୍ତି।

 

Comments are closed.