ଅକ୍ସିଜେନ୍‌ ଓ ଜରୁରୀ ଔଷଧର ଆବଣ୍ଟନ ପାଇଁ ରାଷ୍ଟ୍ରୀୟ ଟାସ୍କ ଫୋର୍ସ ଗଠନ

0

ନୂଆଦିଲ୍ଲୀ, ୮।୫: ଦେଶର ଅଧିକାଂଶ ରାଜ୍ୟଗୁଡ଼ିକୁ ଅକ୍ସିଜେନ୍‌ ଓ ଜରୁରୀ  ଔଷଧ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସୁପ୍ରିମ୍‌କୋର୍ଟ ମଧ୍ୟ ଲଗାତାର ଏହା ଉପରେ  ନଜର ରଖିଛନ୍ତି । ସୁପ୍ରିମ୍‌କୋର୍ଟ ଆଜି ଶନିବାର ରାଜ୍ୟଗୁଡ଼ିକରେ ଅକ୍ସିଜେନ୍‌ ଓ ଜରୁରୀ ଔଷଧର ଆବଣ୍ଟନ ପାଇଁ  ୧୨ସଦସ୍ୟ ବିଶିଷ୍ଟ  ରାଷ୍ଟ୍ରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତିନ୍ୟାସନାଲ୍‌ ଟାସ୍କ ଫୋର୍ସ ଦେଶରେ  ଅକ୍ସିଜେନ୍‌ର ଉପଲବ୍ଧତା ଓ ସପ୍ଲାଏର ଆକଳନ  ଓ ବିତରଣକୁ ନେଇ  ସୁପାରିଶ କରିବ ଟାସ୍କ ଫୋର୍ସରେ ୧୨ ଜଣ ସଦସ୍ୟ ରହିବେ । ସୁପ୍ରିମ୍‌ କୋର୍ଟ କହିଛନ୍ତି କି ଟାସ୍କ ଫୋର୍ସ ଏବେ ଆହୁରି ଭବିଷ୍ୟତ ପାଇଁ  ପାରଦର୍ଶିତା ଆଧରରେ ମହାମାରୀର ସଙ୍କଟକୁ ସାମନା କରିବା ପାଇଁ ଇନ୍‌ପୁଟ୍‌ ବା ରଣନୀତି  ପ୍ରଦାନ କରିବଟାସ୍କ ଫୋର୍ସ ବୈଜ୍ଞାନିକ, ତର୍କ ସଙ୍ଗତ  ଓ ନ୍ୟାୟ ସଙ୍ଗତ ଆଧାର ଉପରେ  ରାଜ୍ୟ ଗୁଡ଼ିକୁ ଅକ୍ସିଜେନ୍‌ ପାଇଁ କାର୍ଯ୍ୟ ପ୍ରାଣାଳୀ  ପ୍ରସ୍ତୁତ କରିବ

Leave A Reply

Your email address will not be published.