ଏଣିକି ଟିକା କେନ୍ଦ୍ରରେ ସିଧାସଳଖ ପଞ୍ଜୀକରଣ

0

ନୂଆଦିଲ୍ଲୀ, ୧୫।୬: ଏଣିକି ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନା ପଞ୍ଜିକରଣ କରିପାରିବେ ଏହାପରେ ସେହି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ବର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି, ପୂର୍ବପରି ଅନ୍‌ଲାଇନରେ ପଞ୍ଜୀକରଣ କରିବା କିମ୍ବା ଟିକା ନେବା ପାଇଁ ପୂର୍ବରୁ ଆଉ ସମୟ ନେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଟିକାକରଣର ଗତି ମନ୍ଥର ହୋଇଯାଇ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଏହାଛଡ଼ା ଟିକା ନେବାକୁ ଅନେକ ଅମଙ୍ଗ ହେଉଥିବାରୁ ମଧ୍ୟ ଟିକାକରଣ ପାଇଁ ଏଭଳି କୋହଳ ନୀତି ଅବଲମ୍ବନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନଲାଇନ ପଞ୍ଜୀକରଣ ଭଳି ସମସ୍ୟା ପାଇଁ ଅନେକ ଲୋକ ଟିକା ନେଇପାରୁ ନାହାନ୍ତି । ୧୮ରୁ ୪୪ ବର୍ଷ ଭିତରେ ରହିଥିବା ଏକ ବ ଜନସଂଖ୍ୟାକୁ କମ ସମୟ ଭିତରେ ଟିକାକରଣ କରାଯିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞମାନେ ଜୋର ଦେଉଛନ୍ତି । କାରଣ ଟିକା ନେବା ପରେ ହିଁ କରୋନାକୁ ରୋକାଯାଇ ପାରିବ ଓ ଏଥିସହ ଅର୍ଥନୀତି ପୁଣି ଆଗକୁ ବଢ଼ି

ଆଜି ଉଭୟ ଦେଶରେ ଓ ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ଦେଶରେ ସଂକ୍ରମଣ ହାର ମଧ୍ୟ ଉତ୍ସାହଜନକ ଭାବେ କମିଛି । ମୁଖ୍ୟତଃ ଗତ ଦୁଇ ସପ୍ତାହ ଭିତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ତୃତୀୟ ଲହରର ଆଶଙ୍କା ଭିତରେ ଏବେ ବ୍ୟାପକ ଆକାରରେ ଟିକାକରଣ ନିହାତି ଆବଶ୍ୟକ ହୋଇପଡ଼ିଛି ।

Leave A Reply

Your email address will not be published.