ଓବିସି କୋଟା ଲାଗୁ ନ କରିପାରିଲେ ରାଜନୀତିରୁ ଅବସର ନେବି: ଦେବେନ୍ଦ୍ର ଫଡ୍‌ନାବିସ୍

0

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ପୌର ନିର୍ବାଚନ ପାଇଁ ଓବିସି କୋଟାକୁ ନେଇ ରାଜନୀତି ଜୋର୍ ଧରିଛି। ଏନେଇ ଶନିବାର ରାଜ୍ୟ ବିଜେପି ପକ୍ଷରୁ ସାରା ରାଜ୍ୟରେ ଚକ୍କା ଜାମ୍‌ କରାଯାଇଥିଲା। ପୌର ନିର୍ବାଚନରେ ଓବିସି କୋଟା ରଖାଯାଉ ବୋଲି ବିଜେପି ଦାବି କରିଥିଲା। ରାଜ୍ୟ ବିଜେପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍ କହିଛନ୍ତି, ତାଙ୍କ ସରକାର ଆସିଲେ ସେ ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବେ। ଆଉ ଯଦି ସେ ଏପରି ନ କରିପାରିଲେ ତେବେ ରାଜନୀତିରୁ ଅବସର ନେଇଯିବେ ବୋଲି ଫଡ୍‌ନାବିସ୍ କହିଛନ୍ତି।

ଏଥିସହିତ ସେ ମହାବିକାଶ ଅଘାଡ଼ି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଭେରାଇଟି ସ୍କୋୟାର ଚୌକ୍‌ରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଫଡ଼ାନାଭିସ୍ କହିଛନ୍ତି ଯେ ଓବିସି କୋଟା ସଂସଦରେ ଉଠାଇବ କହି  ମହା ବିକାଶ ଅଘାଡ଼ି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି। ତେବେ ସତ କଥା ହେଲା ରାଜ୍ୟରେ ଏହି ମସ୍ୟାର ସମାଧାନ କରିହେବ। ରାଜ୍ୟ ସରକାର ଚାହିଁଲେ ଆଇନ୍ ବନାଇ ସ୍ଥାନୀୟ ନିର୍ବାଚନରେ କୋଟା ଲାଗୁ କରିପାରିବ ବୋଲି ଫଡ଼ନାବିସ୍ କହିଛନ୍ତି।

ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବା ଦାବି ନେଇ ରାଜ୍ୟ ସାରା ୧୦୦୦ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା ବିଜେପି।  ଏଥିପାଇଁ ବିଧାନସଭା ବିପକ୍ଷ ନେତା ଫଡନାଭିସ୍‌ ନିଜ ଜିଲ୍ଲା ନାଗପୁରରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିଧାନପରିଷଧର ବିପକ୍ଷ ନେତା ପ୍ରବୀଣ ଦାରେକର ଠାଣେ ବିରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପଟେ ପୁଣେର ବିଜେପି ପ୍ରଦର୍ଶନର ନେତୃତ୍ୱ ନେଇଥିବା ପଙ୍କଜା ମୁଣ୍ଡେ ମଧ୍ୟ ମହାବିକାଶ ଅଘାଡ଼ି ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ। ଦାବି ନ ମାନିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ପଙ୍କଜା ଚେତାବନୀ ଦେଇଛନ୍ତି।

ପ୍ରକୃତରେ ୨୦୧୯ରେ ବିଜେପି-ଶିବସେନା ସରକାରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସିକୁ ସଂରକ୍ଷଣ ମିଳିଥିଲା। ତେବେ ଏହି ମାମଲାରେ ଉଚ୍ଚନ୍ୟାୟଳର ନିର୍ଦ୍ଦେଶ ଦେଇ କହିଥିଲେ ଯେ ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସି ସଂରକ୍ଷଣ, ଅନୁସୂଚିତ ଜାତୀ ଓ ଜନଜାତୀ ପାଇଁ ମୋଟ ସିଟ୍‌ର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରୁ ଅଧିକ ଅଧିକ ହୋଇପାରିବ ନାହିଁ। ପଞ୍ଚାୟତ ସମିତି ଅଧିନିୟମ ୧୯୬୧ର ଭାଗ ୧୨(୨)( ସି)କୁ ବ୍ୟାଖ୍ୟା କରି ଓବିସି ଆରକ୍ଷଣ ପାଇଁ ୨୦୧୮-୨୦ରେ ରାଜ୍ୟ ନିର୍ବାଚନ ଆୟୋଗ ଜାରି କରିଥିବା ଅଧିସୂଚନାକୁ ମଧ୍ୟ ରଦ୍ଦ କରିଥିଲେ କୋର୍ଟ।

ତେବେ ଏଥିପାଇଁ ମହାବିକାଶ ଅଘାଡ଼ି ଦଳକୁ ଦାୟୀ କରୁଛି ବିଜେପି। ଏମ୍‌ବିଏ ସରକାରଙ୍କ ନିଷ୍କ୍ରିୟତା ଯୋଗୁ କୋଟ କୋଟା ରଦ୍ଦ କଲେ ବୋଲି ବିଜେପି ଅଭିଯୋଗ କରିଛି। ସୂଚନା ଥାଉକି ମହାରାଷ୍ଟ୍ରରେ ଧୁଲେ, ନନ୍ଦୁରବାର, ବଶୀମ, ଅକୋଲା ଓ ନାଗପୁର ଜିଲ୍ଲାରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଛି। ଏଥିସହିତ ଦିଲ୍ଲା ପରିଷଦର ୮୫ ସିଟ୍‌ ଓ ୧୪୪ ପଞ୍ଚାୟତ ସମୀତି ସିଟ୍‌ରେ ନିର୍ବାଚନ ହେବାକୁ ଯାଉଛି।

 

Leave A Reply

Your email address will not be published.