ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ୩୬୮୨ କରୋନା ରୋଗୀ

0

ଭୁବନେଶ୍ୱର, ୨୬।୬: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୬୮୨ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୪୪୬ ଜଣ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଅନୁଗୁଳରୁ ୩୯୭ ଓ କଟକରୁ ୩୫୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁର ୨୯୮, ବାଲେଶ୍ୱର ୨୯୫, ପୁରୀ ୧୯୫, ଭଦ୍ରକ ୧୭୮, ନୟାଗଡ଼ ୧୭୧, ମୟୂରଭଞ୍ଜ ୧୫୫, ଜଗତସିଂହପୁର ୧୧୫, କେନ୍ଦ୍ରାପଡ଼ା ୧୦୯, ରାୟଗଡ଼ା ୯୪, ମାଲକାନଗିରି ୯୩, ସୁନ୍ଦରଗଡ଼ ୮୨, କୋରାପୁଟ ୭୯, ଢେଙ୍କାନାଳ ୭୮, ନବରଙ୍ଗପୁର ୪୭, ସୋନପୁର ୪୬, ବରଗଡ଼ ୪୫, କନ୍ଧମାଳ ୪୫, କେଉଁଝର ୪୫, କାଳାହଣ୍ଡି ୪୦, ବୌଦ୍ଧ ୩୭ସମ୍ବଲପୁର ୩୨ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ବଲାଙ୍ଗୀର ୨୮, ଗଞ୍ଜାମ ୨୭, ନୂଆପଡ଼ା ୨୬, ଦେଓଗଡ଼ ୨୦, ଝାରସୁଗୁଡ଼ା୧୫, ଗଜପତିରୁ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍‌ପୁଲରରୁ ୬୪ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୬୩୮୨୪ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.