ବିଜୁ ମହିଳା ଜନତା ଦଳର ପଦାଧିକାରୀ ଘୋଷଣା

0

ଭୁବନେଶ୍ୱର, ୨୭।୬: ବିଜୁ ମହିଳା ଜନତା ଦଳର ପଦାଧିକାରୀ ଆଜି ଘୋଷଣା କରାଯାଇଛି। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ  ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ୩ ଜଣଙ୍କୁ ନିଯୁକ୍ତି ମିଳିଛି। ଶୁଭାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି।

ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ୭ ଜଣଙ୍କୁ ଜୋନ୍‌ ସଭାପତି ଭାବେ ନିଯୁକ୍ତି ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ ଜଣଙ୍କୁ ମିଳିଛି ଦାୟିତ୍ୱ। ସାଧାରଣ ସମ୍ପାଦକ ଭାବେ ୩୫ ଜଣଙ୍କୁ ନିଯୁକ୍ତି ମିଳିଛି। ସମ୍ପାଦିକା ଭାବେ ୩୬ ଜଣଙ୍କୁ ଓ ଯୁଗ୍ମ ସମ୍ପାଦିକା ଭାବେ ୨୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୬୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.