ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ, ୨୩।୮: ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ରେ ୧୧ଟା ସମୟରେ ଅନୁଷ୍ଠିତ ହେବଏହି ବୈଠକରେ ବିଦେଶ ମନ୍ତ୍ରାଳୟ ବିରୋଧୀ ଦଳର ନେତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ ଆଫଗାନିସ୍ତାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ସମସ୍ତ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ବାସ୍ତବରେ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଥିଲେ ଯେ ଭାରତ ସରକାର ଆଫଗାନିସ୍ତାନରେ ବହୁତ ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାକୁ ଯାଉଛି, ତେବେ ଭାରତ ସରକାରଙ୍କ ରଣନୀତି କଣ ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯିବା ଉଚିତ୍ସୂଚନା ଥାଉ କି ଆଫଗାନିସ୍ତାନରୁ ୧୪୬ଜଣ ଭାରତୀୟ ନାଗରିକ ସୋମବାର କତାରର ରାଜଧାନୀରୁ ଚାରୋଟି ଭିନ୍ନ ବିମାନରେ ଭାରତରେ ପହଞ୍ଚିଛନ୍ତି।

ଏହି ସାଧାରଣ ନାଗରିକଙ୍କୁ ଗତ କିଛି ଦିନ ମଧ୍ୟରେ ଆମେରିକା ଏବଂ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ବିମାନ ଦ୍ୱାରା କାବୁଲରୁ ଦୋହାକୁ ନିଆଯାଇଥିଲା। ଆଫଗାନିସ୍ତାନରୁ ଲୋକଙ୍କୁ ଆଣିବା ପାଇଁ ଭାରତ ଆମେରିକା, କାତାର, ତାଜିକିସ୍ତାନ ଏବଂ ଅନ୍ୟାନ୍ୟ ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମନ୍ୱୟ ରକ୍ଷା କରି ଅଭିଯାନ ଚଳାଇଛି ଆଫଗାନିସ୍ତାନର ରାଜଧାନୀରୁ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାର ପ୍ରୟାସର ଏକ ଅଂଶ ଭାବରେ ଭାରତ ଏପର୍ଯ୍ୟନ୍ତ ଚାରିଟି ବିମାନ ମାଧ୍ୟମରେ ଦୁଇ ଆଫଗାନ ସାଂସଦଙ୍କ ସହ ୪୦୦ରୁ ଅଧିକ ଲୋକଙ୍କୁ ଫେରାଇ ଆଣିଛି।

Leave A Reply

Your email address will not be published.