ଏନ୍ଏଚ୍ ଓ ଏନ୍ଏଚ୍ଏଆଇ ଅଧିକାରୀଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକ

ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

0

ଭୁବନେଶ୍ୱର, ୨୨।୮: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରଠାରେ ଏନ୍‌ଏଚ୍‌ ନ୍‌ଚ୍‌ଏଆଇର ଅଧିକାରୀଙ୍କ ସହ ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପର କାମ ଶେଷ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତିକେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜପଥ ପ୍ରକଳ୍ପ ଯଥା ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ୱର ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପ, ପାରାଦୀପଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍‌ ବିଶିଷ୍ଟ ଅର୍ଥନୈତିକ କୋରି ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥ ପ୍ରକଳ୍ପ ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟପରିକଳ୍ପନାରେ ପୂର୍ବ ଭାରତର ଭିତିଭୂମି ବିକାଶ ହେବ ପୂର୍ବ ଭାରତରେ ବିକାଶର କେନ୍ଦ୍ର ବିନ୍ଦୁରେ ଓଡ଼ିଶା ରହିବ ଏହି ସମସ୍ତ ପ୍ରକଳ୍ପ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେ ନେଇ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଉଛନ୍ତି ସେହିପରି ଓଡିଶାର ଅର୍ଥନୀତିରେ ଗୁରୁତ୍ୱ ବହନ କରୁଥିବା କୋଷ୍ଟାଲ ହାଇୱେକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମରୁ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରି ଆସୁଛନ୍ତି ଏହି ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ। ରାଜ୍ୟରେ ଚାଲୁଥିବା ଏନ୍‌ଏଚ୍‌ଆଇ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ ।

Leave A Reply

Your email address will not be published.